Tuesday 26 January 2021

ଛୋଟ ଅନୁରୋଧ

କରିବି କ'ଣ ଏମିତି କା ସମୟରେ
ଦେଶ ବିଦେଶ ଲଢୁଛି ଏକ ଯୁଦ୍ଧରେ
ନିଜ ଆତମାକୁ ଯଗେଇବା ଆମେରେ
ନହେଲେ ନ ଥିବ ମଣିଷ ଏ ସମାଜରେ  । 

ବସି ଚିନ୍ତା କର ବନ୍ଦୁ ଥରଟେ
କ'ଣ ତୋ ମନ ସତରେ ଟାଙ୍ଗରା ପଥରଟେ
ଦେଖ ନିଜ ଭିତରେ କି ଚାଲିଛି ଏ ଦୁନିଆରେ
ଵୁଝି ଯିବୁ ଆମ ଜୀବନ ଅଛି ଖଣ୍ଡା ଧାରରେ  । 

ନିୟନ୍ତ୍ରଣ ରଖ ନିଜ ମନର ଭାବକୁ
ପାଦ କାଡିବା ପୂର୍ବରୁ ବୁଲି ଦେଖ ନି ପରିବାରକୁ
ସେ ଚେହେରା କହିବ କ'ଣ ସତରେ ଯିବା ଦରକାର
ଗୋଟେ ଭୁଲ କରି ଦେବ ସବୁ ଛାରକାର   । 

ସମୟ ସିମାରେ କିଣି ଆଣ ଜିନିଷ ପତ୍ର
ଘରେ ପହଞ୍ଚି ଧୋଇବ ହାତ ଓ ଅନ୍ୟ ପାତ୍ର
ବାରଣ କର ପିଲା ଓ ବୁଦ୍ଧକୁ ନ ଯିବେ ଦାଣ୍ତକୁ
ଅନ୍ୟଥା ନିମନ୍ତ୍ରଣ ଦିଆ ନାହିଁ ରୋଗକୁ ନିଜ ପିଣ୍ଡାକୁ  । 

କିଛି ଦିନର କଥା ଭାଇ ଓ ଭଉଣୀମାନେ
ସରକାରଙ୍କ ନିୟମକୁ ସର୍ବଦା ରଖ ମନେ
ସମସ୍ତଙ୍କ ସହଯୋଗରେ ଏ ବିପଦରୁ ହେବା ପାରି
ନ ହେଲେ ସବୁ ଦିନ ପାଇଁ ଚାଲି ଯିବା ଆର ପାରି  । 

                                                   ~ନୀଳମାଧବ
                                        



    

No comments:

Post a Comment