ଦେଶ ବିଦେଶ ଲଢୁଛି ଏକ ଯୁଦ୍ଧରେ
ନିଜ ଆତମାକୁ ଯଗେଇବା ଆମେରେ
ନହେଲେ ନ ଥିବ ମଣିଷ ଏ ସମାଜରେ ।
ବସି ଚିନ୍ତା କର ବନ୍ଦୁ ଥରଟେ
କ'ଣ ତୋ ମନ ସତରେ ଟାଙ୍ଗରା ପଥରଟେ
ଦେଖ ନିଜ ଭିତରେ କି ଚାଲିଛି ଏ ଦୁନିଆରେ
ଵୁଝି ଯିବୁ ଆମ ଜୀବନ ଅଛି ଖଣ୍ଡା ଧାରରେ ।
ନିୟନ୍ତ୍ରଣ ରଖ ନିଜ ମନର ଭାବକୁ
ପାଦ କାଡିବା ପୂର୍ବରୁ ବୁଲି ଦେଖ ନି ପରିବାରକୁ
ସେ ଚେହେରା କହିବ କ'ଣ ସତରେ ଯିବା ଦରକାର
ଗୋଟେ ଭୁଲ କରି ଦେବ ସବୁ ଛାରକାର ।
ସମୟ ସିମାରେ କିଣି ଆଣ ଜିନିଷ ପତ୍ର
ଘରେ ପହଞ୍ଚି ଧୋଇବ ହାତ ଓ ଅନ୍ୟ ପାତ୍ର
ବାରଣ କର ପିଲା ଓ ବୁଦ୍ଧକୁ ନ ଯିବେ ଦାଣ୍ତକୁ
ଅନ୍ୟଥା ନିମନ୍ତ୍ରଣ ଦିଆ ନାହିଁ ରୋଗକୁ ନିଜ ପିଣ୍ଡାକୁ ।
କିଛି ଦିନର କଥା ଭାଇ ଓ ଭଉଣୀମାନେ
ସରକାରଙ୍କ ନିୟମକୁ ସର୍ବଦା ରଖ ମନେ
ସମସ୍ତଙ୍କ ସହଯୋଗରେ ଏ ବିପଦରୁ ହେବା ପାରି
ନ ହେଲେ ସବୁ ଦିନ ପାଇଁ ଚାଲି ଯିବା ଆର ପାରି ।
~ନୀଳମାଧବ